Home Breaking କରୋନାକୁ ଦୃଷ୍ଟିରେ ରଖି ମୋ ଜୀବନ କାର୍ଯ୍ୟକ୍ରମ ଆରମ୍ଭ କଲେ ମୂଖ୍ୟମନ୍ତ୍ରୀ, ନିଜ ପରିବାର...

କରୋନାକୁ ଦୃଷ୍ଟିରେ ରଖି ମୋ ଜୀବନ କାର୍ଯ୍ୟକ୍ରମ ଆରମ୍ଭ କଲେ ମୂଖ୍ୟମନ୍ତ୍ରୀ, ନିଜ ପରିବାର ମଧ୍ୟରେ ଶପଥ ପାଠର ଭିଡିଓ କରି ପଠାଇବା ପାଇଁ ମୂଖ୍ୟମନ୍ତ୍ରୀଙ୍କ ନିବେଦନ ।

YouTube video

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କରୋନାକୁ ଦୃଷ୍ଟିରେ ରଖି କେହିହେଲେ ବାହାରକୁ ନ ବାହାରିବାପାଇଁ ଆହ୍ୱାନ ଦେଇଛନ୍ତି । ମୋ ଜୀବନ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଏପରି ନିବେଦନ କରିବା ସହ ନିଜ ପରିବାର ମଧ୍ୟରେ ସମସ୍ତେ ରହି ବାହାରକୁ ନ ବାହାରିବା ପାଇଁ ଶପଥ ନେବାକୁ ସେ ପରାମର୍ଶ ଦେଇଛନ୍ତି । ବାହାରକୁ ଯାଇ କରୋନା ଭୁତାଣୁକୁ ନିଜ ଘରକୁ ଆଣନ୍ତୁ ନାହିଁ ବୋଲି ସେ କହିବା ସହ ନିଜ ପରିବାର ମଧ୍ୟରେ ଶପଥ ପାଠର ଭିଡିଓ କରି ପଠାଇବା ପାଇଁ ନିବେଦନ କରିଛନ୍ତି । ଯଦି କୌଣସି ଆବଶ୍ୟକ ସ୍ଥଳରେ ବାହାରକୁ ଯିବାକୁ ପଡେ଼ ତେବେ ହାତକୁ ବାରମ୍ଭାର ଧୋଇବା ପାଇଁ ସେ କହିଛନ୍ତି । ଓଡ଼ିଶାବାସୀ ଏବଂ ପ୍ରତି ଜନସାଧାରଣ ଏଥିରୁ ରକ୍ଷା ପାଇବାପାଇଁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପଟନାୟକ ନିଜର ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ନିବେଦନ କରିଛନ୍ତି ।