ଲକ୍ ଡାଉନ ପାଇଁ ବାହାରୁ ଆସିଥିବା ଯାତ୍ରୀମାନଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଂଚାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ କେତେକ ବସ୍ର ବ୍ୟବସ୍ଥା ।

YouTube video

ଲକ୍ ଡାଉନ ପାଇଁ ବାହାରୁ ଆସିଥିବା ଯାତ୍ରୀମାନଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଂଚାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ କେତେକ ବସ୍ର ବ୍ୟବସ୍ଥା କରାଯାଇଥିଲା । ବ୍ରହ୍ମପୁର ରେଳ ଷ୍ଟେସନକୁ ରବିବାର ରାତିରେ ବହୁ ଯାତ୍ରୀ ଦୁରଦୁରାନ୍ତରୁ ଆସିଥିବା ଯୋଗୁଁ ଏମାନଙ୍କ ପାଇଁ ଏପରି ବସ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଟାଉନ ବସ୍ ସମେତ ଅନ୍ୟାନ୍ୟ ଘରୋଇ ବସ୍ ଦ୍ୱାରା ଯାତ୍ରୀ ମାନଙ୍କୁ ଗଂଜାମ ଜିଲ୍ଲାର ନିଜ ନିଜ ଗ୍ରାମରେ ପହଂଚାଇବାର ବ୍ୟବସ୍ଥା କରାଯାଇଥିଲା । ଯାତ୍ରୀମାନଙ୍କ ନାମ ପଂଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଏପରି ସ୍ୱତନ୍ତ୍ର ବସ୍ଦ୍ୱାରା ସମସ୍ତ ଯାତ୍ରୀଙ୍କୁ ନିଆଯିବାର ବ୍ୟବସ୍ଥା କରାଯାଇଥିଲା । ଏଥିରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ,ଏସ୍ପି ପିନାକ ମିଶ୍ର ନେତୃତ୍ୱ ନେଇ ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ ।