ଲକ୍ ଡାଉନ୍ ପାଇଁ କେତେକ ଗୁଡ୍ସ ଟ୍ରେନ୍ ବ୍ୟତୀତ ସମସ୍ତ ରେଳ ଚଳାଚଳ ବନ୍ଦ, ବିଳମ୍ବିତ ରାତିରେ ଫେରିଥିବା ଯାତ୍ରିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଘରକୁ ଜିବା ବ୍ୟବସ୍ଥା କଲା ପ୍ରଶାସନ ।

YouTube video

ଲକ୍ ଡାଉନ୍ ପାଇଁ କେତେକ ଗୁଡ୍ସ ଟ୍ରେନ୍ ବ୍ୟତୀତ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଓ ରେଳ ବିଭାଗ ନିଷ୍ପତ୍ତିକ୍ରମେ ସମସ୍ତ ଟ୍ରେନ୍କୁ ବାତିଲ କରାଯାଇଛି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଯେପରି ଏହି ରୋଗ ବ୍ୟାପିବନାହିଁ ସେଥିନେଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ରବିବାର ବିଳମ୍ବିତ ରାତିରେ ବହୁ ଜନସାଧାରଣ କୋଣାର୍କ ଟ୍ରେନରେ ବ୍ରହ୍ମପୁରକୁ ଫେରିଥିବାବେଳେ ସେମାନଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ ରୋଟାରୀ କ୍ଲବ୍ ଓ ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ ନାମ ପଂଜିକରଣ କରାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବିଭିନ୍ନ ରାଜ୍ୟରେ ଲକ୍ ଡାଉନ ଘୋଷଣା କରାଯିବା ଫଳରେ ବିଭିନ୍ନ କଳ କାରଖାନା ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ଯୋଗୁଁ ଲୋକମାନେ ନିଜ ନିଜ ଗ୍ରାମକୁ ଫେରି ଆସିଛନ୍ତି ।