ଲକ୍ ଡାଉନ୍ ପାଇଁ ବୁଲି ବୁଲି ଜନସାଧାରଣଙ୍କୁ ସଚେତନ କରାଉଛନ୍ତି ବ୍ରହ୍ମପୁର ଏସ୍ପି, ନିହାତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁୁ ପରାମର୍ଶ ।

YouTube video

ଲକ୍ ଡାଉନ୍ ପାଇଁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ବୁଲି ବୁଲି ଜନସାଧାରଣଙ୍କୁ ସଚେତନ କରାଇଥିଲେ । ନିହାତି ଆବଶ୍ୟକ ନଥିଲେ ଘର ମଧ୍ୟରେ ରହିବାକୁ ଲୋକମାନଙ୍କୁ ବୁଝାଇଥିଲେ । ବ୍ରହ୍ମପୁର ଏସ୍ପିଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମହାନଗରର ବିଭିନ୍ନ ଅଂଚଳରେ ଏପରି ଜନସାଧାରଣଙ୍କୁ ସଚେତନ କରିବା ସହ କରୋନାର ଭୟାବହତା ନେଇ ପରାମର୍ଶ ଦେଉଛନ୍ତି । ପ୍ରତ୍ୟେକ ଜନସାଧାରଣ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବାପାଇଁ ନିବେଦନ କରାଯାଇଛି ।