Home Breaking ଗଂଜାମ ଜିଲ୍ଲାରେ କରୋନାକୁ ମୂକାବିଲା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଲେ ଜିଲ୍ଲାପାଳ, ଆବଶ୍ୟକ...

ଗଂଜାମ ଜିଲ୍ଲାରେ କରୋନାକୁ ମୂକାବିଲା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଲେ ଜିଲ୍ଲାପାଳ, ଆବଶ୍ୟକ ଜିନିଷ ଥିବା ଦୋକନ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା, ୨ଚକିଆ ମୋଟର ସାଇକେଲ ଚଳାଚଳା ବନ୍ଦ ।

YouTube video

ଗଂଜାମ ଜିଲ୍ଲାରେ କରୋନାକୁ ମୂକାବିଲା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସୋମବାର ଟାଉନ ହଲ୍ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଗଂଜାମ ଜିଲ୍ଲାରେ ଆବଶ୍ୟକ ଜିନିଷ ଥିବା ଦୋକନ ଗୁଡ଼ିକ ସକାଳ ୭ଟାରୁ ଅପରାହ୍ନା ୪ଟା ପର୍ଯ୍ୟନ୍ତ ଖୋଲା ରହିବ । ପରେ ଏହା ବନ୍ଦ ରହିବ । ସେହିପରି ୨ଚକିଆ ମୋଟର ସାଇକେଲ ଚଳାଚଳା ମଧ୍ୟ ବନ୍ଦ ରହିବ । ଯେଉଁମାନେ ନିୟମ ଉଲଂଘନ କରିବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ଏଠାରେ ଜିଲ୍ଲାପାଳ କୁଲାଂଗେ ସୁଚନା ଦେବା ସହ ଅତି ଆବଶ୍ୟକ ଥିଲେ ପ୍ରମାଣ ଦେଖାଇ ଯାତାୟତ କରିପାରିବେ ବୋଲି ଏଠାରେ କୁହାଯାଇଥିଲା । ଗଣ ମାଧ୍ୟମ ବ୍ୟକ୍ତିମାନେ ପାସ୍ ବ୍ୟବସ୍ଥା ଦ୍ୱାରା ଜରୁରୀ କାଳୀନ ସମୟରେ ଖବର ସଂଗ୍ରହ ପାଇଁ ଯାଇପାରିବେ ବୋଲି ଏଠାରେ ସୁଚନା ଦିଆଯାଇଥିଲା । ସେହିପରି ମଂଗଳବାରଠାରୁ ବସ୍ ସେବା ବନ୍ଦ ରହିବ ବୋଲି ଏଠାରେ ସୁଚନା ଦିଆଯାଇଥିଲା । ଗଂଜାମ ଜିଲ୍ଲାରେ ୨ଜଣଙ୍କୁ ସଂଗରୋଧରେ ରହିବା ପାଇଁ ନିର୍ଦେଶ ଥିଲେ ମଧ୍ୟ ଏହାକୁ ନମାନିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସେ ଏଠାରେ ପ୍ରକାଶ କରିଥିଲେ । ଏହି କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ତଥା ଗଂଜାମବାସୀ ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ, ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।