
ଜନତା କର୍ଫ୍ୟୁ ପାଇଁ ରବିବାର ସମସ୍ତ ରେଳ ଚଳାଚଳ ବାତିଲ କରାଯାଇଥିଲା । କେବଳ ଶନିବାର ଠାରୁ ଛାଡ଼ିଥିବା ରେଳ ଗୁଡ଼ିକ ବ୍ୟତିତ ଅନ୍ୟ ରେଳ ଗୁଡ଼ିକ ବାତିଲ କରାଯାଇଥିବା ଜଣାପଡ଼ିଛି । ଏହାଯୋଗୁଁ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ପହଂଚିଥିବା ଯାତ୍ରୀମାନେ ନିଜ ନିଜ ଗ୍ରାମକୁ ଯିବାପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ସହଯୋଗରେ କିଛି ବସ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ବିଶେଷକରି ମୁମ୍ବାଇ,ପୁନେ ଓ ବାଂଗାଲୋର ସମେତ ଅନ୍ୟାନ୍ୟ ଅଂଚଳରୁ ବହୁ ଯାତ୍ରୀ ଟ୍ରେନ୍ ଯୋଗେ କରୋନାକୁ ଦୃଷ୍ଟିରେ ରଖି ଫେରି ଆସୁଥିବା କୁହାଯାଇଛି । ବହୁ ରାଜ୍ୟରେ ଲକ୍ ଡାଉନ ଜାରି କରାଯାଇଥିବା ଯୋଗୁଁ ଏପରି ଯାତ୍ରୀମାନେ ନିଜ ଘର ବାହୁଡ଼ା ହୋଇଛନ୍ତି ।






