
କରୋନା ଭୁତାଣୁକୁ ନେଇ ଜନସାଧାରଣ ସଚେତନ ହେବା ଉଚିତ ବୋଲି ଓଡ଼ିଆ ଚଳଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ତଥା ବ୍ରହ୍ମପୁର ଗାନ୍ଧିନଗର ନିବାସୀ ତମନ୍ନା ବ୍ୟାସ ପରାମର୍ଶ ଦେଇଛନ୍ତି । କରୋନା ଭୁତାଣୁ ଜାତୀୟ ବିପତ୍ତି ଭାବେ ଘୋଷଣା କରାଯାଇଥିବା ଯୋଗୁଁ ସମସ୍ତ ଜନସାଧାରଣ ଏଥିପାଇଁ ସରକାରଙ୍କ ନିୟମକୁ ମାନିବା ଉଚିତ ବୋଲି ୟୁଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି । କୌଣସି ଜନଗହଳିପୁର୍ଣ୍ଣ ଅଂଚଳକୁ ନଯିବା ପାଇଁ ସେ କହିବା ସହ ଜ୍ୱର, କାସ, ଥଣ୍ଡା ସହ ଶ୍ୱାସ ନେବାରେ କଷ୍ଟ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି ସେ କହିଛନ୍ତି । ସେହିପରି ସାନିଟାଇଜର୍ରେ ହାତ ଧୋଇବା ସହ ମାକ୍ସ ପରିଧାନ କରିବାକୁ ତମନ୍ନା ନିବେଦନ କରିଛନ୍ତି ।






