ଜନତା କର୍ଫ୍ୟୁ ଲାଗିରହିଥିବାବେଳେ ସଂଧ୍ୟା ୫ଟାରେ ୫ ମିନଟ ପାଇଁ ନିଜ ନିଜ ଘର ସମ୍ମୁଖରେ ତାଳି ମାରିବା ସହ ଥାଳି, ଘଣ୍ଟ, ଘଣ୍ଟି ଓ ଶଙ୍ଖ ବଜାଇ ଅତ୍ୟାବଶ୍ୟକିୟ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଜଣାଇଲେ ଜନସାଧାରଣ ।

ଜନତା କର୍ଫ୍ୟୁ ଲାଗିରହିଥିବାବେଳେ ସଂଧ୍ୟା ୫ଟାରେ ୫ ମିନଟ ପାଇଁ ବହୁ ନାଗରିକ ନିଜ ନିଜ ଘର ସମ୍ମୁଖରେ ତାଳି ମାରିବା ସହ ଥାଳି, ଘଣ୍ଟ, ଘଣ୍ଟି ଓ ଶଙ୍ଖ ବଜାଇ ଅତ୍ୟାବଶ୍ୟକିୟ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ କର୍ଫ୍ୟୁ ପାଳନ ସହ ସଂଧ୍ୟାରେ ମହାନଗରର ବିଭିନ୍ନ ସାହି ଓ ଗଳିକନ୍ଦିରେ ଏପରି ବାସିନ୍ଦାମାନେ ନିଜ ପରିବାର ସହ ଘଣ୍ଟ ଓ ଶଙ୍ଖ ବଜାଇ ମୋଦୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇଥିଲେ । ଏଥିସହ ଅତ୍ୟାବଶ୍ୟକିୟ ଓ ଜରୁରି କାଳିନ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷ ଡାକ୍ତର, ନର୍ସ, ସଫେଇ କର୍ମଚାରି, ପୋଲିସ ଓ ମିଡିଆକୁ ଜନସାଧାରଣ ଉତ୍ସାହିତ କରିବା ସହ ଧନ୍ୟବାଦ ଜଣାଇଥିଲେ ।