
ଜନତା କର୍ଫ୍ୟୁ ପାଇଁ ରବିବାର ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି କ୍ରମେ ଗଂଜାମ ଜିଲ୍ଲାରେ ବସ୍ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ବସ୍ ମାଲିକମାନଙ୍କ ତରଫରୁ ଏହାକୁ ସମ୍ପୁର୍ଣ୍ଣ ସମର୍ଥନ ଜ୍ଞାପନ କରାଯାଇଥିଲା । ଫଳରେ ଜିଲ୍ଲାରେ କୌଣସି ବସ୍ ଚଳାଚଳ କରିନଥିଲା । ଏପରି କର୍ଫ୍ୟୁ ଯୋଗୁଁ କିଛି ଯାତ୍ରୀ ଟ୍ରେନ୍ ଯୋଗେ ଦୁରରୁ ଆସି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବସ୍ଷ୍ଟାଣ୍ଡ୍ରେ ଯାତ୍ରୀମାନଙ୍କ ପାଇଁ ପୋଲିସ ବିଭାଗ ପକ୍ଷରୁ ଖାଦ୍ୟ ପେୟର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।






