ଜନତା କର୍ଫ୍ୟୁ ପାଇଁ ମହାନଗରର ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଜିଲ୍ଲାପାଳ ।

YouTube video

କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିଷ୍ପତ୍ତିକ୍ରମେ ଲକ୍ଡାଉନ ଘୋଷଣା କରାଯାଇଛି । ଏହି ଲକ୍ଡାଉନ ବ୍ରହ୍ମପୁର ଓ ଗଂଜାମ ଜିଲ୍ଲାରେ ମଧ୍ୟ ଲାଗୁ କରାଯାଇଥିବା ଯୋଗୁଁ ଏହାକୁ ଜନସାଧାରଣ ମାନିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ପ୍ରକାଶ କରିଛନ୍ତି । ପେଟ୍ରୋଲ ପମ୍ପ, ଆହାର କେନ୍ଦ୍ର, ରେଳ ଚଳାଚଳ, ବିମାନ ସେବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ କେନ୍ଦ୍ର ଖୋଲା ରହିବା ସହ ଅନ୍ୟାନ୍ୟ ସମସ୍ତ ଦୋକାନବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଳାପାଳ କୁଲାଂଗେ ସାକ୍ଷାତକାରରେ ସୁଚନା ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଏହାର ଖିଲାପ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସେହିପରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ରକ୍ତ ନମୂନାରେ ନେଗେଟିଭ୍ ରହିଥିବା ସେ କହିବା ସହ ଏହି ଜିଲ୍ଲାକୁ ପ୍ରାୟ ୩ ହଜାର ବାହାର ରାଜ୍ୟ ଓ ବିଦେଶରୁ ଆସିଥିବା ଯୋଗୁଁ ଏଥିପାଇଁ ଜନସାଧାରଣ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଯଦି କୌଣସି ସମସ୍ୟା ଦେଖାଯାଏ ତେବେ ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।