
କରୋନାକୁ ଦୃଷ୍ଟିରେ ରଖି ଲୋକଙ୍କ ମାକ୍ସର ଚାହିଦା ରହିଥିବା ଯୋଗୁଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ମହାନଗରର ବିଭିନ୍ନ ୱାର୍ଡରେ ଥିବା ଏସ୍ଏଚ୍ଜି ଗୃପ୍ ମାଧ୍ୟମରେ ମାକ୍ସ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି । ବିଜିପୁର କାଳୁଆସାହିସ୍ଥିତ ଶ୍ରୀ ସାଇ ଏସ୍ଏଚ୍ଜି ଗୃପ, ଧର୍ମନଗର ବବିତା ଓ ତ୍ରିପୁରା ଏସ୍ଏଚ୍ଜି ସମେତ ବାଲୁଂକେଶ୍ୱରୀ ଛକସ୍ଥିତ ବାଲୁଂକେଶ୍ୱରୀ, କାଳୁପାତ୍ର ସାହିସ୍ଥିତ ସୁମନ, ହାଉସିଂବୋର୍ଡସ୍ଥିତ ଓମ୍ସାଇ, ଅମ୍ବିକାନଗରସ୍ଥିତ ସତ୍ୟସାଇ, ଲାଂଜିପଲ୍ଲୀ କୃଷ୍ଣନଗରସ୍ଥିତ ମାଁ ଦୁର୍ଗା ଓ ଆର୍କେ ସାହିସ୍ଥିତ ମା ଭଗବତୀ ଏସ୍ଏଚ୍ଜିରେ ଏପରି ମାକ୍ସ ବିକ୍ରୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦ରୁ ୪୦ଟଙ୍କା ମୂଲ୍ୟରେ ଏପରି ମାକ୍ସ ବିକ୍ରି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଯୋଗୁଁ ବହୁ ଜନସାଧାରଣ ଏଠାରୁ ମାକ୍ସ ନେଇ ଉପକୃତ ହୋଇପାରୁଥିବା କୁହାଯାଇଛି ।






