
ବାଲୁକା ଶିଳ୍ପୀ ସତ୍ୟ ମହାରଣା କରୋନାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁକୁ ସମସ୍ତେ ମାନିବା ପାଇଁ ଆହ୍ୱାନ ଦେଇଛନ୍ତି । ସେ ଏପରି ବାର୍ତ୍ତା ନେଇ ଏକ ବାଲୁକାକୃତୀ ପ୍ରଦର୍ଶନ କରିଛନ୍ତି । ଏହି କରୋନାକୁ ଭୟ ନକରି ସମସ୍ତେ ଏକଜୁଟ ହୋଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଜନତା କର୍ଫ୍ୟୁରେ ସହଯୋଗ କରିବା ଉଚିତ ବୋଲି ସେ ଏହି କାଳକୃତୀ ମାଧ୍ୟମରେ ନିବେଦନ କରିଛନ୍ତି । ସେହିପରି ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା, ଜ୍ୱର ଓ କାସ ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲେ ତୁରନ୍ତ ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରିବାପାଇଁ ସେ ନିବେଦନ କରିଛନ୍ତି ।






