
ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଂଜିପଲ୍ଲୀ ଚାଣକ୍ୟ ନଗର ନିବାସୀ ଗୌରୀ ପ୍ରସାଦ ଡାକୁଆଙ୍କ ବାସଭବନରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚୋରୀ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଗୌରୀ ପ୍ରସାଦଙ୍କ ପରିବାର ନିଜ ଗ୍ରାମ ନୁଆପଡ଼ାକୁ ଯାଇଥିବାବେଳେ ଦୁର୍ବୁତ୍ତମାନେ ଘରର ଗ୍ରୀଲ୍ ତାଡ଼ି ଘରେ ପଶିବା ସହ ୨ଟି ଆଲ୍ମିରାକୁ ଭାଂଗି ନଗଦ ଟଙ୍କା ଓ ସାମଗ୍ରୀ ଚୋରୀ କରିଥିବା ଅଭିଯୋଗ ହୋଇଛି । ସେହିପରି ଉପର ମହଲାରୁ ମଧ୍ୟ ଦୁର୍ବୁତ୍ତମାନେ ଚୋରୀ ଉଦ୍ୟମ କରି ବିଫଳ ହୋଇଛନ୍ତି । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ସଦରଥାନା ଅନ୍ତର୍ଗତ ଶକ୍ତି ନଗର ଅଂଚଳରୁ ଚୋରୀ ହୋଇଥିବାବେଳେ ପୁଣି ଥରେ ସହରରେ ଚୋରୀ ଘଟଣା ସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇଛି । ତେଣୁ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାପାଇଁ ସାଧାରଣରେ ଦାବି ହୋଇଛି ।






