କରୋନା ଭୂତାଣୁ ଭୟାଭହତାକୁ ଦୃଷ୍ଟିରେ ରଖି ମହାନଗରର ବିଭିନ୍ନ ଅଂଚଳ ବୁଲି ଜନସାଧାରଣଙ୍କୁ ସଚେତନ କଲେ ଗଂଜାମ ଜିଲ୍ଲାପାଳ ।

YouTube video

କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଶନିବାର ମହାନଗରର ବିଭିନ୍ନ ଅଂଚଳ ବୁଲି ଜନସାଧାରଣଙ୍କୁ ସଚେତନ କରାଇଥିଲେ । କରୋନାକୁ ନେଇ ଗଂଜାମ ଜିଲ୍ଳା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଯୋଗୁଁ ଜନସାଧାରଣ ଏହାକୁ ମାନିବା ପାଇଁ କୁହାଯାଇଛି । ସେହିପରି ପ୍ରତ୍ୟେକ ପଂଚାୟତରେ ମଧ୍ୟ ଲୋକଙ୍କୁ ସଚେତନ କରିବା ନିମନ୍ତେ ପଂଚାୟତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ମହାନଗରରେ ବୁଲିବା ସମୟରେ କମାପଲ୍ଲୀସ୍ଥିତ ଏକ ପାନ ଦୋକାନରୁ ବହୁ ପରିମାଣର ଗୁଟ୍ଖା ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ ।