
କରୋନା ପାଇଁ ରାଜ୍ୟର ସମସ୍ତ ମନ୍ଦିର, ଗୁରୁଦ୍ୱାରା, ଚର୍ଚ୍ଚ ଓ ମସଜିଦ୍କୁ ବନ୍ଦ ରଖିବା ପାଇଁ ସରକାର ଆହ୍ୱାନ ଦେଇଛନ୍ତି । ଏହି ଆଦେଶକୁ ସମର୍ଥନ ଜଣାଇ ବ୍ରହ୍ମପୁର ମହାନଗରର ବିଭିନ୍ନ ସ୍ଥାନରେ ଥିବା ମସ୍ଜିଦ, ମନ୍ଦିର, ଚର୍ଚ୍ଚ ଓ ଗୁରୁଦ୍ୱାରାକୁ କୌଣସି ଶ୍ରଦ୍ଧାଳୁ ଯାଇନାହାନ୍ତି । ତେବେ କେବଳ ସେବାୟତମାନେ ଏହା ମଧ୍ୟକୁ ପ୍ରବେଶ କରି ନିତିକାନ୍ତ ପାଳନ କରିପାରିବେ ।






