
କରୋନାକୁ ଦୃଷ୍ଟିରେ ରଖି କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଆହ୍ୱାନ ଦେଇଛନ୍ତି । ସେହିପରି ମିଥ୍ୟା ଖବର ପ୍ରସାର ନ କରିବା ପାଇଁ ସେ କହିଛନ୍ତି । ଏହା ଜାତୀୟ ବିପତ୍ତି ହୋଇଥିବା ଯୋଗୁଁ ସମସ୍ତ ନାଗରିକ ଏଥିପାଇଁ ସତର୍କ ରହିବା ଜରୁରୀ ବୋଲି ଏସ୍ପି ମିଶ୍ର ପରାମର୍ଶ ଦେଇଛନ୍ତି । ଗୁଜବ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।






