
ସଦରଥାନା ଅନ୍ତର୍ଗତ ଲୋଚାପଡ଼ା ଶକ୍ତିନଗର ଷଷ୍ଠ ଲାଇନ ନିବାସୀ ବିଷ୍ଣୁପ୍ରୀୟା ପତିଙ୍କ ବାସଭବନରୁ ଗୁରୁବାର ରାତିରେ ଏକ ବଡ଼ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେ ଭୂବନେଶ୍ୱରରେ ରହୁଥିବାବେଳେ ଏପରି ଚୋରୀ ହୋଇଥିବା ଜଣାପଡ଼ିଛି । କୌଣସି ଦୁର୍ବୁତ୍ତ ବାସଭବନର ତାଲା ଭାଂଗି ୪ରୁ ୫ଭରି ସୁନା ଅଳଂକା ଏବଂ ନଗଦ ଏକଲକ୍ଷ ଟଙ୍କା ଚୋରୀ କରିନେଇଯାଇଥିବା ସଦରଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଏଥିନେଇ ତଦନ୍ତ ଜାରି ରଖିଛି ।






