
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ତାରିଖ ରବିବାରଦିନ ସମଗ୍ର ଭାରତବର୍ଷରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛନ୍ତି । ଏହି ସମୟରେ ଲୋକେ ଘରୁ ନ ବାହାରିବାକୁ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଭୁତାଣୁ ସମ୍ପର୍କରେ ପ୍ରତ୍ୟେକ ଭାରତୀୟ ସତର୍କ ରହିବା ଜରୁରୀ । କରୋନା ସମଗ୍ର ବିଶ୍ୱକୁ ବିପଦରେ ପକାଇଦେଇଛି । ତେଣୁ ଜନସାଧାରଣ ଘରୁ ନ ବାହାରିବା ସହ ଘରେ ରହି କାମ କରିବା ଉଚିତ ବୋଲି ସେ କହିଛନ୍ତି । ଗୁଜବରେ ବିଶ୍ୱାସ ନକରି କୌଣସି କିଣାକିଣି ଆଗରୁ କରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି । ତେଣୁ ରବିବାର ଲୋକେ ଘରୁ ନବାହାରିବାକୁ ସେ ନିବେଦନ କରିଛନ୍ତି । ଏପରି ପାଳନ କରିବା ଦ୍ୱାରା କରୋନା ଭୁତାଣୁ ବୃଦ୍ଧି ନହେବାରେ ସାହାର୍ଯ୍ୟ କରିବ । ଏହି ଜନତା କର୍ଫ୍ୟୁକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମର୍ଥନ ଜଣାଇ ସମସ୍ତ ଓଡ଼ିଶାବାସୀ ଏହାକୁ ମାନିବା ପାଇଁ ପରାମର୍ଶ ଦେଇଛନ୍ତି ।






