କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି, ସମସ୍ତଙ୍କ ସହଯୋଗ କାମନା କଲେ ଗଂଜାମ ଜିଲ୍ଲାପାଳ ।

YouTube video

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ କଡ଼ାକଡ଼ି କରିବାପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କରୋନା ପାଇଁ ଜିଲ୍ଲାର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, ବାର୍ ଓ ଲଜ୍ ବନ୍ଦ ରହିବ । ଯାତାୟତ ସମୟରେ ବସ୍ ଗୁଡ଼ିକରେ ନିର୍ଦ୍ଧିଷ୍ଟ ସିଟ୍ର ଅଧା ଯାତ୍ରୀଙ୍କୁ ନେଇପାରିବେ । ପ୍ରତ୍ୟେକ ଅଟୋରେ ୨ଜଣ ଯାତ୍ରୀ ଯାତାୟତ କରିପାରିବେ ବୋଲି କହିବା ସହ ବାଇକ୍ରେ କେବଳ ଜଣେ ହିଁ ଯାଇପାରିବେ ବୋଲି ଶୁକ୍ରବାର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳାପାଳ ବିଜୟ ଅମୃତା କୁଲାଂଗେ ଏହି ସୁଚନା ଦେଇଛନ୍ତି । ୧୪୪ଧାରା ଉଠିଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ୭ଜଣରୁ ଅଧିକ ଗହଳି କରିପାରିବେ ନାହିଁ ବୋଲି ସେ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଓ ବଡ଼ ଡାକ୍ତରଖାନା ଅଧିକ୍ଷକ ସଂତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏଠାରେ ମହାନଗର ନିଗମ ପକ୍ଷରୁ ଏସ୍ଏଚ୍ଜି ଗୁପ ମାଧ୍ୟମରେ ୨୦ରୁ ୪୦ଟଙ୍କା ମଧ୍ୟରେ ମାକ୍ସ ବିକ୍ରିର ବ୍ୟବସ୍ଥା କରାଯାଇଥିବା ସୁଚନା ଦିଆଯାଇଥିଲା । ଧର୍ମନଗର ବବିତା ଓ ତ୍ରିପୁରା ଏସ୍ଏଚ୍ଜି ସମେତ ବାଲୁଂକେଶ୍ୱରୀ ଛକସ୍ଥିତ ବାଲୁଂକେଶ୍ୱରୀ, କାଳୁପାତ୍ର ସାହିସ୍ଥିତ ସୁମନ, ହାଉସିଂବୋର୍ଡସ୍ଥିତ ଓମ୍ସାଇ, ଅମ୍ବିକାନଗରସ୍ଥିତ ସତ୍ୟସାଇ, ବିଜିପୁର କାଳୁଆସାହିସ୍ଥିତ ଶ୍ରୀ ସାଇ, ଲାଂଜିପଲ୍ଲୀ କୃଷ୍ଣନଗରସ୍ଥିତ ମାଁ ଦୁର୍ଗା ଓ ଆର୍କେ ସାହିସ୍ଥିତ ମା ଭଗବତୀ ଏସ୍ଏଚ୍ଜିରେ ଏପରି ମାକ୍ସ ବିକ୍ରି କରାଯାଉଥିବା ଏଠାରେ ସୁଚନା ଦିଆଯାଇଥିଲା । ସେହିପରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ୫ଜଣ ସଂଦିଗ୍ଧ ଚିକିତ୍ସିତ ହେଉଥିବା ଏଠାରେ ସୁଚନା ଦିଆଯାଇଥିଲା । ଗଂଜାମ ଜିଲ୍ଳାକୁ ବର୍ତ୍ତମାନ ସୁଦ୍ଧା ଚାଇନା ସମେତ ଭାରତର ବିଭିନ୍ନ ରାଜ୍ୟରୁ ୯୯ଜଣ ଯାତ୍ରୀ ଜିଲ୍ଲାକୁ ଫେରିଥିବାବେଳେ ସେମାନଙ୍କ ଚିକିତ୍ସା ଓ ତଦାରଖ କରାଯାଉଥିବା ଏଠାରେ କୁହାଯାଇଥିଲା ।