କରୋନା ଭୁତାଣୁ ନେଇ ଜନସାଧାରଣ ଭୟଭୀତ ନହେବାକୁ କହିଲେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ଓ ପୁର୍ବତନ ବିଡିଏଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ।

YouTube video

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଜନସାଧାରଣ ଭୟଭୀତ ନହେବା ପାଇଁ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଂଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ଓ ପୁର୍ବତନ ବିଡିଏ ୃଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରକାଶ କରିଛନ୍ତି । ଏହି ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଜନଗହଳି ଅଂଚଳରେ ଲୋକମାନେ ନ ରହିବାକୁ କହିଛନ୍ତି । ସେହିପରି ଥଣ୍ଡା, କାସ, ଜ୍ୱର ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବା ବ୍ୟକ୍ତିମାନେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରି ଚିକିତ୍ସା କରିବା ଆବଶ୍ୟକ ବୋଲି କହିଛନ୍ତି । ହାତକୁ ଭଲଭାବରେ ଧୋଇବା,ମାକ୍ସ ପରିଧାନ କରିବା, ରାସ୍ତାଘାଟରେ ଛେପ ନ ପକାଇବା ଏବଂ କାସ ଛିଂକ ହେଲେ ମୁହଁରେ ରୁମାଲ ଦେବାକୁ ଉଭୟେ ପରାମର୍ଶ ଦେଇଛନ୍ତି ।