ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ କରୋନା ଭୁତାଣୁ ସଚେତନତା କାର୍ଯ୍ୟକ୍ରମ ସହ ମାକ୍ସ ବଣ୍ଟନ ।

YouTube video

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଜନସଚେତନତା ଉଦେଶ୍ୟରେ ଗୁରୁବାର ବ୍ରହ୍ମପୁର ରେଳ ଷ୍ଟେସନ୍ ନିକଟରେ କିନ୍ନର ସଂଘ ଓ ଇନର ହୁଇଲ କ୍ଲବ୍ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯାତ୍ରୀମାନଙ୍କୁ ମାକ୍ସ ବଣ୍ଟନ କରାଯିବା ସହ ଏପରି ରୋଗର ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାପାଇଁ କୁହାଯାଇଥିଲା । ଥଣ୍ଡା, ଜ୍ୱର ଓ କାସ ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲେ ତୁରନ୍ତ ନିଜକୁ ସଚେତନ ରଖିବା ସହ ଡାକ୍ତରଙ୍କ ସହ ଯୋଗାଯୋଗ କରି ଚିକିତ୍ସା କରିବା ପାଇଁ କୁହାଯାଇଥିଲା । ଏହି ଅବସରରେ ସଭାନେତ୍ରୀ ସୁଇଟି ସାହୁ, ଶାନ୍ତି ପଣ୍ଡା, ପ୍ରିତି, ବର୍ଷା, ବିନି ପଟନାୟକ, ଲଭ୍ଲୀ, ଆରତୀ ଓ ପୂଜାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟା ଯୋଗଦେଇଥିଲେ । ସେହିପରି ଇନର ହୁଇଲ କ୍ଲବ୍ ତରଫରୁ ସୋନାଲୀ ହାଜରା, ଅମିତା ଦାସ, ସଂଯୁକ୍ତା ସାହୁ, ବନ୍ଦିତା ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟା ଯୋଗଦେଇଥିଲେ ।