Home Our Berhampur ୯ଦଫା ଦାବି ପୁରଣ ନେଇ ସାଉଥ୍କୋ ୟୁଟିଲିଟି କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ...

୯ଦଫା ଦାବି ପୁରଣ ନେଇ ସାଉଥ୍କୋ ୟୁଟିଲିଟି କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ତରଫରୁ ଧାରଣା

YouTube video

୯ଦଫା ଦାବି ପୁରଣ ନେଇ ବୁଧବାରଠାରୁ ସାଉଥ୍କୋ ୟୁଟିଲିଟି କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ତରଫରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି । ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଦରମାରେ ଅସଂଗତି ଗୁଡ଼ିକୁ ସଂଶୋଧନ କରିବା, କ୍ଷେତ୍ର କର୍ମଚାରୀମାନଙ୍କ ଗ୍ରେଡେସନ୍ ଗ୍ରେଡ୍ କରି ଗ୍ରେଡ୍ ପେର ସଂଶୋଧନ କରିବା, ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଥଇଥାନା କରି ସ୍ଥାୟୀ ନିଯୁକ୍ତି ଦେବା, ସମାନ ହାରରେ ସମସ୍ତ କର୍ମଚାରୀମାନଙ୍କୁ ଚୁକ୍ତି ପ୍ରକାର ସମସ୍ତ ସୁବିଧା ଯୋଗାଇବା, କର୍ମଚାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରକାରେ କାର୍ଯ୍ୟନିର୍ବାହୀ କ୍ୟାଡରକୁ ପଦୋନ୍ନତି କରିବା, ବାରମ୍ବାର ବିଦ୍ୟୁତ୍ ଶିଳ୍ପକୁ ଘରୋଇକରଣ ପ୍ରୟାସ ବନ୍ଦ କରିବା ସମେତ ଅନ୍ୟାନ୍ୟ ଦାବିନେଇ ଏପରି ଧାରଣା ଆରମ୍ଭ ହୋଇଛି । ଏଥିରେ କାର୍ଯ୍ୟକାରୀ ସଭାପତି ପଂଚାନନ ଜେନା,ସାଧାରଣ ସମ୍ପାଦକ କାଳୁ ଚରଣ ସାହୁଙ୍କ ସମେତ ସଂଘର ବହୁ ସଦସ୍ୟ ଯୋଗଦେଇଥିଲେ ।