ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ୩ଜଣ କରୋନା ଭୁତାଣୁ ସଂଦିଗ୍ଧ ରୋଗୀଙ୍କ ଚିକିତ୍ସା ଚାଲିଛି ।

YouTube video

ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବର୍ତ୍ତମାନ ସୁଦ୍ଧା ଆଇସୋଲେସନ୍ ୱାର୍ଡରେ ୩ଜଣ କରୋନା ଭୁତାଣୁ ସଂଦିଗ୍ଧ ରୋଗୀଙ୍କ ଚିକିତ୍ସା ଚାଲିଛି । ମାଉଣ୍ଟ ଆବୁରୁ ଫେରିଥିବା ଦିଗପହଣ୍ଡିର ଜଣେ ମହିଳା, ଷ୍ଟେସନ୍ରୁ ଉଦ୍ଧାର କରାଯାଇଥିବା ଜନୈକ ଯୁବକ ଏବଂ କାଜାଖାସ୍ଥାନରୁ ଫେରିଥିବା ଜଣେ ଇଂଜିନିୟର ଛାତ୍ର ଏମ୍କେସିଜିରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ସ୍ୱାବ ସଂଗ୍ରହ କରାଯାଇ ଭୂବନେଶ୍ୱର ଆର୍ଏମ୍ସିଏସ୍କୁ ପଠାଯାଇଥିବା ବଡ଼ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ସଂତୋଷ ମିଶ୍ର ସୁଚନା ଦେଇଛନ୍ତି । ଏହି ଆଇସୋଲେସନ୍ ୱାର୍ଡରେ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ଅଧିକ୍ଷକ ମିଶ୍ର ସୁଚନା ଦେଇଛନ୍ତି ।