
ଆଇଜି ରେଖା ଲୋହାନୀ ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଘଟଣାର ତଦନ୍ତ କରିଛନ୍ତି । ମଂଗଳବାର ଆଇଜି ଲୋହାନୀ ଭୂବନେଶ୍ୱରରୁ ଆସି ବ୍ରହ୍ମପୁରରେ ପହଂଚିବା ପରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପ୍ରାୟ ୩ ଘଣ୍ଟା ଧରି ବିଭିନ୍ନ ଲୋକଙ୍କୁ ଘଟଣା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ଏହି ଘଟଣା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ଜଡ଼ିତ ଥିବା ତାଙ୍କ ପରିବାର ସମେତ ପ୍ରାୟ ୧୦ଜଣଙ୍କ ବୟାନ ରେକର୍ଡ କରିଥିବା ଜଣାଯାଇଛି । ଓଡ଼ିଶା ପୋଲିସ ଡିଜି ଗତ କିଛିଦିନ ଦଳେ ମିନାକ୍ଷୀ ଆତ୍ମାହୁତି ଘଟଣାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ । ସେହି ନିର୍ଦେଶ କ୍ରମେ ଆଇଜି ଲୋହାନୀ ବ୍ରହ୍ମପୁର ଆସି ଘଟଣାର ତଦନ୍ତ କରି ଫେରିଛନ୍ତି ।






