
ଗଂଜାମ ଜିଲ୍ଲାରେ କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ସିଡିଏମ୍ଓ ଡାକ୍ତର ଆର୍.ଜେ ପଟନାୟକ ଏକ ସାକ୍ଷାତକାରରେ ସୁଚନା ଦେଇଛନ୍ତି । ବିଶ୍ୱବ୍ୟାପୀ ଏହି ଭୁତାଣୁ ବ୍ୟାପୁଥିବା ଯୋଗୁଁ ଏଥିପାଇଁ ଗଂଜାମଜିଳ୍ଲାରେ ତୁରନ୍ତ କାର୍ଯ୍ୟାନୁÂାନ ଦଳ ଗଠନ କରାଯାଇଛି । ସେହିପରି ପ୍ରତି ବ୍ଲକ୍ରେ ଲୋକଙ୍କୁ ସଚେତନ କରାଯିବା ସହ ଯେ କୌଣସି ବ୍ୟକ୍ତି ବାହାର ରାଜ୍ୟରୁ ଥଣ୍ଡା, କାସ ଏବଂ ସ୍ୱାଶ ଜନିତ ରୋଗରେ ପିଡ଼ିତ ହୋଇଥାନ୍ତି ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯାଉଛି ବୋଲି ସେ କହିଛନ୍ତି । ଏହି ରୋଗୀଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ୩ଟି ଶଯ୍ୟା କରାଯାଇଥିବାବେଳେ ଏହାକୁ ୧୦କୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି । ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ସହ ବାହାରକୁ ନ ବାହାରିବା ଉଚିତ ବୋଲି ସେ କହିଛନ୍ତି ।






