
ଆଇଟିଆଇ ପରିସରରେ ରହିଥିବା ସ୍କାର୍ପ ପାର୍କକୁ ଭାରତର ବୃହତ୍ତମ ପାର୍କ ବୋଲି ଇଣ୍ଡିଆ ବୁକ୍ ଅଫ ରେକଡ ପକ୍ଷରୁ ଘୋଷଣା କରାଯାଇଛି । ଏହାକୁ ନେଇ ଆଇଟିଆଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । ଏହି ପାର୍କକୁ ଦେଖିବାପାଇଁ ପ୍ରତିଦିନ ବହୁ ଜନସାଧାରଣଙ୍କ ଭୀଡ଼ ଲାଗି ରହୁଥିବା ଅଧ୍ୟକ୍ଷ ଇଂ.ରଜତ କୁମାର ପାଣିଗ୍ରାହୀ ସୁଚନା ଦେଇଛନ୍ତି । ବର୍ତ୍ତମାନ ଏହି ପାର୍କରେ ୨୦ଟି ବିଭିନ୍ନ କିସମର ଜୀବଜନ୍ତୁ ଓ ଅନ୍ୟାନ୍ୟ ସାମଗ୍ରୀର ସ୍କାର୍ପ ଶୋଭା ପାଉଛି । ଏହା ପୂର୍ବରୁ ମଧ୍ୟ ବହୁ ସ୍କାର୍ପ ଏସିଆ ବୁକ୍ ରେକଡରେ ସ୍ଥାନ ପାଇଛି । ଭଂଗା ଲୁହାରେ ନିର୍ମିତ ଏହି ସ୍କାର୍ପ ଗୁଡ଼ିକୁ ଆଇଟିଆଇ ବିଦ୍ୟାର୍ଥୀମାନେ ନିର୍ମିତ କରିଥିବା ଯୋଗୁଁ ଅଧ୍ୟକ୍ଷ ପାଣିଗ୍ରାହୀ ଏଥିପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।






