୮ଦଫା ଦାବିରେ ଇପିଏଫ୍ କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ଭବିଷ୍ୟନିଧି କର୍ମଚାରୀ ସଂଘ ପକ୍ଷରୁ ଦିନିକିଆ କାର୍ଯ୍ୟବନ୍ଦ ଆନେ୍ଦାଳନ

YouTube video

୮ଦଫା ଦାବି ନେଇ ନୂଆବସଷ୍ଟାଣ୍ଡ ରୋଡସ୍ଥିତ ଇପିଏଫ୍ କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ଭବିଷ୍ୟନିଧି କର୍ମଚାରୀ ସଂଘ ପକ୍ଷରୁ ବୁଧବାର ଦିନିକିଆ କାର୍ଯ୍ୟବନ୍ଦ ଆନେ୍ଦାଳନ କରାଯାଇଥିଲା । କ୍ୟାଡର ପୁନଃଗଠନରେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସାମିଲ କରିବା, ସମସ୍ତ ଗୃପ୍ କ୍ୟାଡର୍ରେ ଥିବା କର୍ମଚାରୀଙ୍କ ପଦୋନ୍ନତି କରିବା, ଖାଲିଥିବା ପଦବୀ ପୁରଣ ଏବଂ ମୃତ କର୍ମଚାରୀଙ୍କ ପରିବାର ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ଦେବା ଆଦି ୮ଦଫା ଦାବିନେଇ ଏପରି ସର୍ବଭାରତୀୟ ସ୍ତରରେ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।