
କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ଯୋଗୁଁ ବ୍ରହ୍ମପୁର ମହାନଗରରେ ଏଥିପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପଦକ୍ଷେପ ସ୍ୱରୁପ ମହାନଗରର ଦୋକାନବଜାର ନିକଟରେ ଗହଳି ନକରିବା ପାଇଁ ପରାମର୍ଶ ଦିଆଯିବା ସହ ଏଗୁଡ଼ିକୁ ବନ୍ଦ କରାଯାଇଥିଲା । ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ ପୋଲିସ ସହଯୋଗରେ ବହୁ ସ୍ଥାନ ପରିଦର୍ଶନ କରି ଜନସାଧାରଣଙ୍କ ସହଯୋଗ କାମନା କରିବା ସହ ଗହଳିରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ ।






