
କରୋନା ଭୁତାଣୁର ମୁକାବିଲା ପାଇଁ ମାକ୍ସର ଆବଶ୍ୟକତା ରହିଥିବା ବେଳେ ବହୁ ବ୍ୟବସାୟୀ ଏହାକୁ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗକ୍ରମେ ସୋମବାର ମହାନଗର ନିଗମ ପକ୍ଷରୁ ସିଟି ହସ୍ପିଟାଲ୍ ରୋଡ଼ସ୍ଥିତ ଏକ ଔଷଧ ଦୋକାନକୁ ସିଲ୍ କରି ଦିଆଯାଇଛି । ତେବେ ଏହି ମାକ୍ସର କୁତ୍ରୀମ ଅଭାବ ଲାଗି ରହିଛି । ଏପରି ଅଭାବକୁ ଦୃଷ୍ଟିରେ ରଖି ପୁରୁଣା ବ୍ରହ୍ମପୁର ଅଂଚଳର କିଛି ମହିଳା ନିଜସ୍ୱ ଚେଷ୍ଟାରେ ମାକ୍ସ ପ୍ରସ୍ତୁତ କରୁଛନ୍ତି । ଜନସାଧାରଣଙ୍କ ପାଇଁ ଏପରି ମାକ୍ସ ପ୍ରସ୍ତୁତ କରୁଥିବା ସେମାନେ କହିଛନ୍ତି । ମାକ୍ସର ଦର ଗୋଟିକ ପିଛା ୨୦ଟଙ୍କା ରଖାଯାଇଛି ବୋଲି ଏଠାରେ କୁହାଯାଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମାକ୍ସର ବିକ୍ରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।






