କରୋନା ଭୁତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଂଜାମ ଜିଲ୍ଲାରେ ଦଣ୍ଡଯାତ୍ରାକୁ ସମ୍ପୁର୍ଣ୍ଣ ନିଷିଦ୍ଧ ।

YouTube video

କରୋନା ଭୁତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଂଜାମ ଜିଲ୍ଲାରେ ଦଣ୍ଡଯାତ୍ରାକୁ ସମ୍ପୁର୍ଣ୍ଣ ନିଷିଦ୍ଧ କରାଯାଇଛି । ଫଳରେ ଚଳିତ ବର୍ଷ ଗଂଜାମ ଜିଲ୍ଲାରେ ଦଣ୍ଡଯାତ୍ରା ଦେଖିବାକୁ ମିଳିବନାହିଁ । ଏପରି ନିଷ୍ପତ୍ତିକୁ ବହୁ ଦଣ୍ଡଯାତ୍ରା ପରିଚାଳକମାନେ ସ୍ୱାଗତ କରିଛନ୍ତି । ତେବେ ପୂର୍ବରୁ ଏପରି ଦଣ୍ଡଯାତ୍ରା ପାଇଁ ବହୁ ଦଣ୍ଡୁଆ ଦଳ ଅଗ୍ରୀମ ପାଉଣା ରଖିଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଦ୍ୱନ୍ଦ ଦେଖାଦେଇଛି । କିନ୍ତୁ କରୋନାର ଭୟାବହତା ପାଇଁ ସମସ୍ତ ଦଣ୍ଡଦଳ ପ୍ରଶାସନର ଏହି ନିଷ୍ପତ୍ତିକୁ ମିଳିତଭାବେ ସ୍ୱାଗତ କରିଛନ୍ତି ।