Home Bam Crime ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଭେଣ୍ଡିଂ ଜୋନ୍ରୁ ସ୍କୁଟି ଡିକି ଭାଂଗି ୪୮ହଜାର ୨ଶହ ଟଙ୍କା...

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଭେଣ୍ଡିଂ ଜୋନ୍ରୁ ସ୍କୁଟି ଡିକି ଭାଂଗି ୪୮ହଜାର ୨ଶହ ଟଙ୍କା ଲୁଟ୍ , ପୋଲିସ ତଦନ୍ତ ଜାରି ।

YouTube video

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲ୍ଳୀ ଭେଣ୍ଡିଂ ଜୋନ ନିକଟରୁ ମଂଗଳବାର ଖୋଡ଼ାସିଂଗି ବାଂଛାନିଧି ନଗର ନିବାସୀ ସୁବାସ ଚନ୍ଦ୍ର ପଟନାୟକ ନାମକ ଜନୈକ ବ୍ୟକ୍ତିଙ୍କ ସ୍କୁଟି ଡିକିରୁ କୌଣସି ଦୁର୍ବୁତ୍ତ ୪୮ହଜାର ୨ଶହ ଟଙ୍କା ଲୁଟ କରି ନେଇଯାଇଥିବା ଅଭିଯୋଗ ହୋଇଛି । ସୁବାସ ବ୍ୟାଙ୍କରୁ ଟଙ୍କା ଆଣି ଭେଣ୍ଡିଂ ଜୋନ ନିକଟରେ ପନିପରିବା କିଣୁଥିବାବେଳେ ଏପରି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏଥିନେଇ ବୈଦ୍ୟନାଥପୁର ଥାନା ପୋଲିସ ତଦନ୍ତ ଜାରି ରଖିଛି ।