
କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ବ୍ରହ୍ମପୁର ମହାନଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବଡ଼ ବଡ଼ ଦୋକାନ, ସପିଂ ମଲ୍ ଏବଂ ମାର୍କେଟ କଂପ୍ଲେକ୍ସ ବନ୍ଦ ରହିଛି । ପ୍ରଶାସନିକ ଅଧିକାରୀମାନେ ମଂଗଳବାର ଅନୁରୁପ ବିଭିନ୍ନ ବଜାର ଓ ଅଂଚଳ ବୁଲି ଏପରି ବନ୍ଦ କରିବାକୁ କହିଥିଲେ । ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ ଓ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ପ୍ରମୁଖ ଉପସ୍ଥିତ ଥିଲେ । କରୋନା ଯୋଗୁଁ ଜନସାଧାରଣ ପ୍ରଭାବିତ ହେବାର ଆଶଙ୍କା ଥିବା ଯୋଗୁଁ ବହୁ ମନ୍ଦିରରେ ମଧ୍ୟ ଏପରି କଟକଣା ଲାଗୁ କରାଯାଇଥିଲା । ମହାନଗରରେ ୧୪୪ ଧାରା ଲାଗୁ କରାଯାଇଥିବା ଯୋଗୁଁ କୌଣସି ସ୍ଥାନରେ ବି ଜନଗହଳି ନ କରିବା ପାଇଁ ସମସ୍ତ ପ୍ରଶାସନିକ ଅଧିକାରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ ।






