
କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ଯୋଗୁଁ ଚୈତ୍ର ମାସର ପବିତ୍ର ଦ୍ୱିତୀୟ ମଂଗଳବାରରେ ଗଂଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠରେ ଭକ୍ତମାନଙ୍କ ଭୀଡ଼ ପରିଲକ୍ଷିତ ହୋଇନଥିଲା । ତେବେ ମାଁଙ୍କ ପୂଜାର୍ଚ୍ଚନା ଯଥାରିତି ନିୟମାନୁଯାୟୀ ଅନୁÂିତ ହୋଇଥିଲା । କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ଭକ୍ତମାନଙ୍କୁ ସମାଗମ ନ ହେବାକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ନିର୍ଦେଶ ଦେଇଥିଲେ । ସୁରକ୍ଷା ଦୃଷ୍ଟିରୁ ଏଠାରେ ପୋଲିସ ମୃତୟନ ରହିଥିଲେ । ତେବେ ବହୁ ପୂଜକ ଓ ଅନ୍ୟାନ୍ୟ ଅଧିକାରୀ ଏଠାରେ କରୋନାକୁ ଦୃଷ୍ଟିରେ ରଖି ମାକ୍ସ ପରିଧାନ କରିଥିବା ପରିଲକ୍ଷିତ ହୋଇଥିଲା ।






