ବିଡିଏ କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀଙ୍କ ଦ୍ୱାରା ସିଂଗଲ ୱିଣ୍ଡୋ ସିଷ୍ଟମ୍ର ଶୁଭ ଉଦ୍ଘାଟନ ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ

YouTube video

ବିଡିଏ କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ସିଂଗଲ ୱିଣ୍ଡୋ ସିଷ୍ଟମ୍ର ଶୁଭ ଉଦ୍ଘାଟନ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପରେ ପରେ ଖୋଡ଼ାସିଂଗିଠାରେ ମହାନଗର ନିଗମର ସିଂଗଲ ୱିଣ୍ଡୋ ସିଷ୍ଟମ୍ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଜେନା ଯୋଗଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ବେହେରା, ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଚକ୍ରବର୍ତ୍ତି ସିଂ ରାଠୋର, ପିଡିଡିଆର୍ଡିଏ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉପଜିଲ୍ଲାପାଳ ସିନେ୍ଦ ଦତାତ୍ରୟ ଭାଉସାହେବଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।