Home Health & Life Style ରାଜ୍ୟରେ କରୋନା ମୁକାବିଲା ନେଇ କଟକଣାକୁ ମାର୍ଚ୍ଚ ୩୧ ରୁ ଏପ୍ରିଲ ୧୫ଯାଏଁ ବୁଦ୍ଧି କରାଗଲା,...

ରାଜ୍ୟରେ କରୋନା ମୁକାବିଲା ନେଇ କଟକଣାକୁ ମାର୍ଚ୍ଚ ୩୧ ରୁ ଏପ୍ରିଲ ୧୫ଯାଏଁ ବୁଦ୍ଧି କରାଗଲା, ଜନସାଧାରଣଙ୍କ ସହଯୋଗ କାମନା କଲେ ସରକାର ।

YouTube video

ବିଶ୍ୱବ୍ୟାପି କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ପରେ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥିଲା । ଏପରି କଟକଣା ଯୋଗୁଁ ସ୍କୁଲ, କଲେଜ ବନ୍ଦ ରହିବା ସହ ବିଭିନ୍ନ ଯାତ୍ରା ବନ୍ଦ କରାଯାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏପରି ବନ୍ଦ କଟକଣା ଜାରି କରାଯାଇଥିବାବେଳେ ଏହାର ଅବଧି ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ମାର୍ଚ୍ଚ ୩୧ ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ କରାଯିବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ତେଣୁ ପ୍ରତ୍ୟେକ ଜନସାଧାରଣ ଗହଳିରୁ ନିବୃତ୍ତ ରହିବା ସହ ଥଣ୍ଡା, ଜ୍ୱର, କାସ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାପାଇଁ ନିବେଦନ କରାଯାଇଛି । ସେହିପରି ପ୍ରତିଦିନ ନିଜର ହାତକୁ ଭଲଭାବରେ ଧୋଇବା ପାଇଁ କୁହାଯାଇଛି ।