
ଭୂବନେଶ୍ୱରରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜନସାଧାରଣଙ୍କୁ ସତର୍କ ଏବଂ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଗଂଜାମ ଜିଲ୍ଲା ଓ ବ୍ରହ୍ମପୁରରେ ମଧ୍ୟ ଏଥିପ୍ରତି ସତର୍କତା ଦୃଷ୍ଟି ଅବଲମ୍ବନ କରାଯାଇଛି । ଏହି ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରବାସୀ ନିଜେ ନିଜକୁ ସୁରକ୍ଷିତ ରଖିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ରଭାବେ ପ୍ରତିଦିନ ବ୍ରହ୍ମପୁରକୁ ହଜାର ହଜାର ଯାତ୍ରୀ ଆସୁଥିବା ଯୋଗୁଁ ସମସ୍ତେ କରୋନା ଭୁତାଣୁ ନେଇ ସଚେତନ ହେବା ଜରୁରୀ ହୋଇପଡ଼ିଛି । ବସ୍ ଓ ଟ୍ରେନ୍ଯୋଗେ ମଧ୍ୟ ପ୍ରତିଦିନ ଯାତ୍ରୀମାନେ ଏହି ସହରକୁ ଯାତାୟତ କରିଥାନ୍ତି । ତେଣୁ ଏଥିପ୍ରତି ସମସ୍ତେ ସତର୍କ ରହିବାର ଆବଶ୍ୟକତା ରହିଛି । ଏହି ଭୂତାଣୁ ଜନିତ ସଂକ୍ରଣକୁ ଦୃଷ୍ଟିରେ ରଖି ମହାନଗରରେ ୧୪୪ଧାରା ଜାରି କରାଯାଇଛି । ଜନସାଧାରଣ ଏଥିରେ ସହଯୋଗ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତଥା ନିଗମ ପ୍ରସାଶକ ବିଜୟ ଅମୃତା କୁଲାଂଗେ ଓ ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ସହଯୋଗ କାମନା କରିଛନ୍ତି ।






