କରୋନା ଭୂତାଣୁ ଇଫେକ୍ଟ, ପ୍ରତ୍ୟେକ ବ୍ୟକ୍ତି ସାମାଜିକ କାର୍ଯ୍ୟ, ଧାର୍ମିକ ସ୍ଥଳ, ସଭାସମିତି ଓ ଜନଗହଳିପୁର୍ଣ୍ଣ ଅଂଚଳ ନଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ।

YouTube video

କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବ୍ୟକ୍ତି ସାମାଜିକ କାର୍ଯ୍ୟ, ଧାର୍ମିକ ସ୍ଥଳ, ସଭାସମିତି ଓ ଜନଗହଳିପୁର୍ଣ୍ଣ ଅଂଚଳକୁ ନଯିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ରବିବାର ମହାନଗର ନିଗମ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି । ଯେ କୌଣସି ବ୍ୟକ୍ତି ଅମୋଦ ପ୍ରମୋଦରୁ ଦୁରେଇ ରହିବାକୁ ସେ କହିବା ସହ ନିଜ ପରିବାର ମଧ୍ୟରେ ସିମିତ ରହିବାପାଇଁ ସେ ପରାମର୍ଶ ଦେଇଛନ୍ତି । ବ୍ରହ୍ମପୁର ମହାନଗରରେ ଯେ କୌଣସି ପରିସ୍ଥିତି ପାଇଁ ନିଗମ କମିଶନରଙ୍କ ତତ୍ୱାବଧାନରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ଏଠାରେ ସୁଚନା ଦେଇଥିଲେ । ସେହିପରି ମହାନଗରର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ , ପାର୍କ, ବ୍ୟାୟାମକେନ୍ଦ୍ର, ସୁଇମିଂ ପୋଲ୍ ଓ ପାଠାଗାରକୁ ମଧ୍ୟ ନଯିବାକୁ ସେ କହିଛନ୍ତି । ସମସ୍ତ ଅନୁଷ୍ଠାନ କୁ ବନ୍ଦ ରଖାଯିବା ପାଇଁ ନିର୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କୁଲାଂଗେ କହିଥିଲେ । ମହାନଗର ନିଗମ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଟି ମାଧ୍ୟମରେ ମାକ୍ସ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସରକାରୀ କାର୍ଯ୍ୟରେ ନିୟୋଜିତ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ସ୍ୱଳ୍ପ ମୂଲ୍ୟରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ କଟକଣା ଜାରି କରାଯାଇଥିବା ଯୋଗୁଁ ଗଂଜାମ ଓ ବ୍ରହ୍ମପୁରରେ ମଧ୍ୟ ଏପରି କଟକଣା ଜାରି କରାଯିବ ବୋଲି ସେ କହିଛନ୍ତି । କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ଯୋଗୁଁ ଏଥିପାଇଁ ଜନସାଧାରଣଙ୍କ ସହଯୋଗ ସେ କାମନା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ଗଂଜାମ ଜିଲ୍ଳାରେ ଦଣ୍ଡନାଚକୁ ସମ୍ପୁର୍ଣ୍ଣ ନିଷେଧ କରାଯାଇଥିବା ଜିଲ୍ଲାପାଳ କୁଲାଂଗେ କହିବା ସହ ଯଦି କୌଣସି ସ୍ଥାନରେ ଦଣ୍ଡନାଚ ହେବ ତେବେ ଏ ସମ୍ପର୍କରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।