ଟିମ୍ କ୍ଲିନ୍ ସିଟି ପକ୍ଷରୁ ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ ଜାରି, ୭୬ତମ ଓ ୭୭ତମ ଉଦ୍ଧାର ସହ ଉଭୟଙ୍କୁ ସଫାସୁତରା କରାଯାଇ ନୂତନ ବସ୍ତ୍ର ପ୍ରଦାନ ।

YouTube video

ଟିମ୍ କ୍ଲିନ୍ ସିଟି ପକ୍ଷରୁ ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ ଜାରି ରହିଛି । ରବିବାର ବଡ ମେଡିକାଲ ଗେଟ ଓ ହିଲପାଟନା ବିନାୟକ ମନ୍ଦିର ନିକଟରେ ୨ଜଣ ଅସହାୟ ବ୍ୟକ୍ତିଙ୍କୁ ରାସ୍ତା ପାଶ୍ୱର୍ରୁ ଉଦ୍ଧାର କରାଯାଇ ସେମାନଙ୍କ ଚୁଟି କଟାଯିବା ସହ ସ୍ନାନ କରାଯାଇଥିଲା । ପରେ ଉଭୟଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ପରେ ଖାଇବାକୁ ଦିଆଯିବା ସହ ସଫା ସୁତରା ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହା ଟିମ୍ କ୍ଲିନ୍ ସିଟିର ୭୬ତମ ଓ ୭୭ତମ ଉଦ୍ଧାର କାର୍ଯ୍ୟ ଥିଲା । ଏଥିରେ ଟିମ୍ କ୍ଲିନ୍ ସିଟିର ସମସ୍ତ ସଦସ୍ୟ ସଦସ୍ୟା ସାମିଲ ହୋଇଥିଲେ । ଆଗାମି ଦିନରେ ଏପରି ସମାଜମୂଳକ କାର୍ଯ୍ୟ ଜାରି ରହିବ ବୋଲି ଟିମ୍ କ୍ଲିନ୍ ସିଟି ପକ୍ଷରୁ କୁହାଯାଇଛି ।