କରୋନା ଭୁତାଣୁ ଭୟାବହତା, ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗୋପାଳପୁର ଓ ସୋନପୁର ସମୁଦ୍ରକୁଳ ସାଧାରଣ ଜନତାଙ୍କ ପାଇଁ ବନ୍ଦ ।

YouTube video

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗୋପାଳପୁର ଓ ସୋନପୁର ସମୁଦ୍ରକୁଳ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ବୋଲି କୁହାଯାଇଛି । ତେଣୁ ଏଥିପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି । କରୋନା ଭୁତାଣୁ ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି । ସାଧାରଣତଃ ବିଭିନ୍ନ ସମୟରେ ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲା ଓ ରାଜ୍ୟର ଅନ୍ୟ ଅଂଚଳରୁ ବହୁ ଯାତ୍ରୀ ଏଠାକୁ ପରିଦର୍ଶନ କରିବାକୁ ଆସିଥାନ୍ତି । ତେଣୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିର୍ଦେଶ ଜାରି କରାଯାଇଛି ।