Home Breaking କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ, ପ୍ରତ୍ୟେକ ଅଂଚଳ...

କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ, ପ୍ରତ୍ୟେକ ଅଂଚଳ ସ୍ୱଛତା ରଖିବାକୁ ପରାମର୍ଶ

YouTube video

କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରୁ ଗାଡ଼ି ଦ୍ୱାରା ଅଳିଆ ସଂଗ୍ରହ କରାଯାଉଥିବାବେଳେ ଏହି ଗାଡ଼ି ମାଧ୍ୟମରେ ପ୍ରଚାର କରାଯାଇ କରୋନା ଭୁତାଣୁ ନେଇ ସଚେତନ କରାଯାଉଛି । ତେଣୁ ପ୍ରତ୍ୟେକ ୱାର୍ଡ ବାସୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜେ ସୁରକ୍ଷିତ ହେବା ସହ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସହରର ପ୍ରତ୍ୟେକ ଅଂଚଳରେ ସ୍ୱଛତା ଅବଲମ୍ବନ କରିବା ପାଇଁ ଏହି ପ୍ରଚାର ଗାଡ଼ି ମାଧ୍ୟମରେ କୁହାଯିବା ସହ ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଥିବା ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ସୁଚନା ଦେଇଛନ୍ତି । ଯେ କୌଣସି ବ୍ୟକ୍ତିଙ୍କୁ ଜ୍ୱର, ଥଣ୍ଡା ଓ କାସ ଥିଲେ ଜନଗହଳି ପୁର୍ଣ୍ଣ ଅଂଚଳକୁ ନଯିବା ସହ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ପାଇଁ ଏଠାରେ ସଚେତନ କରାଯାଉଛି ।