ଦୋଳ ଯାତ୍ରା ଉପଲକ୍ଷେ ମହାଭାରତ ନାଟକ ଦେଖୁଥିବାବେଳେ ହଠାତ୍ ବାଣ ବିସ୍ଫୋରଣ ଘଟି ୭ଜଣ ଆହତ, ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ।

YouTube video

ଧରାକୋଟ ବ୍ଲକ୍ ଢେଉଗାଁ ପଂଚାୟତର କଠିରା ଗ୍ରାମରେ ଦୋଳ ଯାତ୍ରା ଉପଲକ୍ଷେ ମହାଭାରତ ନାଟକ ଦେଖୁଥିବାବେଳେ ହଠାତ୍ ବାଣ ବିସ୍ଫୋରଣ ଘଟି ୭ଜଣ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୩ଜଣ ଛୋଟ ପିଲା ଏବଂ ୪ଜଣ ବୟସ୍କ ବ୍ୟକ୍ତି ରହିଛନ୍ତି । ଆହତମାନଙ୍କୁ ପ୍ରଥମେ ଆସିକା ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏଥିନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।