କରୋନା ଭୁତାଣୁର ଭୟାବହତାକୁ ଦୃଷ୍ଟିରେ ରଖିଚଳିତବର୍ଷ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଜାକଜକମରେ ପାଳନ ନ କରିବାକୁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତ ।

YouTube video

ଚଳିତବର୍ଷ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରାକୁ ଜାକଜକମର ସହିତ ପାଳନ କରାଯିବ ନାହଁ ବୋଲି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଛତ୍ରପୁରଠାରେ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ବହୁ ଅଧିକାରୀଙ୍କ ସମେତ ମା ତାରାତାରିଣୀଙ୍କ ମନ୍ଦିରର ସେବାୟତ ସଂଘ, ବାରିକ ସଂଘ ଏବଂ ମନ୍ଦିର ପରିଚାଳନା କମିଟିର ବହୁ ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । କରୋନା ଭୁତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରାରେ କୌଣସି ପ୍ରକାରର ଗହଳି କରାଯିବ ନାହିଁ ବୋଲି ସ୍ଥିର ହୋଇଥିବା ଏଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଥିଲେ । ଏହା ଛଡ଼ା ଚଳିତବର୍ଷ ମାନସକଧାରୀମାନେ ମୁଣ୍ଡନ କରିବେ ନାହିଁ ଏବଂ ମାଁଙ୍କ ମନ୍ଦିରକୁ ସ୍ୱତନ୍ତ୍ର ବସ୍ ଚଳାଚଳ ମଧ୍ୟ କରିବ ନାହିଁ ବୋଲି ଏଠାରେ ସ୍ଥିର ହୋଇଥିଲା । ପୂଜା ସମୟରେ ପୂଜକମାନେ ମାକ୍ସ ବ୍ୟବହାର କରିବେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଏଠାରେ ସ୍ଥିର ହୋଇଥିଲା । ଚୈତ୍ର ମାସରେ ୫ଟି ମଂଗଳବାର ରହିଥିବାବେଳେ ପ୍ରଥମ ମଂଗଳବାରଟି ବହୁ ଉତ୍ସାହର ପାଳନ କରାଯାଇଥିବାବେଳେ ଅନ୍ୟ ସମସ୍ତ ମଂଗଳବାରରେ କୌଣସ ଗହଳି ନକରି ବିନା ଆଡମ୍ବରରେ କରିବାପାଇଁ ଜିଲ୍ଲା ପ୍ରଶାସନ ସ୍ଥିର କରିଛି । ଏହି ବୈଠକରେ ଗଂଜାମ ଏସ୍ପି ବ୍ରଜେଶ କୁମାର ରାଏ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉ ସାହେବଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।