ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ମାର୍ଚ୍ଚ ୧ ତାରିଖଠାରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ୧୯ଲକ୍ଷ ୭୦ହଜାର ଟଙ୍କା ଜରିମାନା ଆଦାୟ ।

YouTube video

ଗତ ୧ ତାରିଖରୁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଲାଗୁ କରାଯାଇଛି । ଏଥିପାଇଁ ମହାନଗରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଥାନା ପକ୍ଷରୁ ଗାଡ଼ି ଯାଂଚ କରାଯାଉଛି । ସାଧାରଣତଃ ଗାଡ଼ି ଚାଳକମାନେ ହେଲ୍ମେଟ ପରିଧାନ କରୁନଥିଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି । ସେହିପରି ୩ଜଣଙ୍କୁ ବସାଇ ଗାଡ଼ି ଚଳାଇବା, ମୋବାଇଲ୍ରେ କଥାବାର୍ତ୍ତା ହୋଇ ଗାଡ଼ି ଚଳାଇବା, ସିଟ୍ ବେଲ୍ଟ ପରିଧାନ ନ କରିବା, ଡ୍ରାଇଭିଂ ଲାଇସେନ୍ସ, ବୀମା ଓ ପଲ୍ୟୁସନ ସାର୍ଟିଫିକେଟ ରଖିନଥିବା ଚାଳକମାନଙ୍କୁ ଯାଂଚ କରାଯାଇ ଏପରି ଜରିମାନା ଆଦାୟ କରାଯାଉଥିବା ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟ ସୁଚନା ଦେଇଛନ୍ତି । ମାର୍ଚ୍ଚ ୧ ତାରିଖଠାରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ୧୯ଲକ୍ଷ ୭୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଡିଏସ୍ପି ରାୟ ୟୁଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୁଚନା ଦେଇଛନ୍ତି । ତେବେ ଜନସାଧାରଣ ଟ୍ରାଫିକ୍ ନିୟମକୁ ମାନି ଗାଡ଼ି ଚଳାଇବା ପାଇଁ ସେ ପରାମର୍ଶ ଦେବା ସହ ନିଜର ସୁରକ୍ଷା ପ୍ରତି ଦୃଷ୍ଟିଦେବା ଆବଶ୍ୟକ ବୋଲି କହିଛନ୍ତି ।