
ବ୍ରହ୍ମପୁର ପନ୍ଦରା ସାହିର ଶିବାଷିଶ ନାୟକ ଶନିବାର ନିଜ ବ୍ରହ୍ମପୁର ବାସଭବନକୁ ଫେରିଛନ୍ତି । ସେ ମାଲେସିଆରୁ ଜାପାନ ଦେଇ ଜାହାଜରେ ଫେରୁଥିବାବେଳେ କରୋନା ସଂକ୍ରମଣ ଯୋଗୁଁ ଜାପାନ ସରକାର ଉକ୍ତ ଜାହାଜକୁ ସମୁଦ୍ର ଭିତରେ ହିଁ ରଖିଦେଇଥିଲେ । ସହର ଭିତରକୁ ଏହି ଜାହାଜ ପ୍ରବେଶ ବାରଣ କରାଯାଇଥିଲା । ଉକ୍ତ ଜାହାଜରେ ପରୀକ୍ଷା କରାଯିବା ପରେ କିଛି ବିଦେଶୀ ବ୍ୟକ୍ତିଙ୍କଠାରେ କରୋନା ଭୁତାଣୁ ରହିଥିବା ଜଣାପଡ଼ିଥିଲା । ସେଥିରେ ୧୨୩ଜଣ ଭାରତୀୟ ସୁରକ୍ଷିତ ଥିଲେ ମଧ୍ୟ ସେମାନଙ୍କୁ କିପରି ଅଣାଯିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଭାରତ ଏବଂ ଓଡ଼ିଶା ସରକାରଙ୍କ ସମେତ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ବିମାନରେ ଶିବାଷିସଙ୍କ ସହ ଅନ୍ୟମାନଙ୍କୁ ଭାରତକୁ ଅଣାଯାଇଥିଲା । ଦିଲ୍ଲୀରେ ପହଂଚିବା ପରେ ତାଙ୍କୁ ଚିକିତ୍ସା କରାଯିବା ପରେ ସେ ବ୍ରହ୍ମପୁରକୁ ଫେରିଛନ୍ତି । ଶିବାଷିଶଙ୍କ ଘରକୁ ଆଗମନ ପରେ ତାଙ୍କ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି । ଶିବାଶିଷ ସୁରକ୍ଷିତ ଏବଂ କରୋନାରୁ ସମ୍ପୁର୍ଣ୍ଣ ମୁକ୍ତ ଅଛନ୍ତି ।






