
ଗୋଳନ୍ଥରା ଥାନା ଅଧିନ ଗିରିସୋଲାରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି । ସେଠାରୁ ପୋଲିସ ୫ଲକ୍ଷ ୫୦ହଜାର ଟଙ୍କା ଜବତ କରିବା ସହ ୪ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ପି.ଜଗନ୍ନାଥ, ସୁବାସ ବରାଡ଼, ଅରୁଣ ବେହେରା ଓ ବିପିନ ସେଠୀ ପ୍ରମୁଖ ରହିଥିବା ଥାନାଧିକାରୀ ବାବୁଲି ନାୟକ ସୁଚନା ଦେଇଛନ୍ତି ।






