ବିଶ୍ୱ ଗ୍ଲୁକୋମା ସପ୍ତାହ ପାଳନ ଉପଲକ୍ଷେ ଇକୋସ୍ ଚକ୍ଷୁ ଚିକିତ୍ସାଳୟ ଓ ରୋଟାରୀ କ୍ଲବ୍ ବ୍ରହ୍ମପୁର ଇଷ୍ଟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ।

YouTube video

ବିଶ୍ୱ ଗ୍ଲୁକୋମା ସପ୍ତାହ ପାଳନ ଉପଲକ୍ଷେ ଶୁକ୍ରବାର ଇକୋସ୍ ଚକ୍ଷୁ ଚିକିତ୍ସାଳୟ ଓ ରୋଟାରୀ କ୍ଲବ୍ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୁଲ୍ୟରେ ଖଲିକୋଟ କଲେଜ ଖେଳ ପଡ଼ିଆରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ମାଗଣା ଚକ୍ଷୁ ପରିକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ଇକୋସର ନିର୍ଦେଶକ ଡାକ୍ତର ମିହିର କୁମାର ବଳ ଯୋଗଦେଇ ଏହି ସପ୍ତାହ ପାଳନର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଡାକ୍ତର ବି.ନାଗେଶ୍ୱର ରାଓ ସୁବୁଦ୍ଧି ଏବଂ ଡାକ୍ତର ଇ.ଜୟନ୍ତୀ ରାଓ ପ୍ରମୁଖ ଯୋଗଦେଇ ଏହି ସପ୍ତାହ ପାଳନର ଲକ୍ଷ୍ୟ ନେଇ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟ ଅତିଥିରୂପେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ଓ ସମ୍ମାନୀତ ଅତିଥିଭାବେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଯୋଗଦେଇଥିଲେ । ଏଠାରେ ୨୮୮ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଅତ୍ୟାଧୁନିକ ଟୋନସିଟର ସାହାର୍ଯ୍ୟରେ ଚକ୍ଷୁର ଚାପ ପରୀକ୍ଷା କରାଯାଇଥିଲା । ରୋଟାରୀ ଇଷ୍ଟର ସଭାପତି ପ୍ରଦୀପ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ କ୍ଳବର ସଦସ୍ୟ ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଥିଲେ ।