ସାମାଜିକ ସୁରକ୍ଷା ଭତ୍ତା ଏବଂ ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକର ଘୁର୍ଣ୍ଣନ ପାଣ୍ଠି ବିତରଣ କଲେ ଗୃହ ନିର୍ମାଣ, ପଂଚାୟତୀ ରାଜ, ପାନୀୟ ଜଳ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା

YouTube video

ଟାଉନହଲ୍ ପରିସରରେ ପଂଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ରହି ଆୟୋଜିତ ବୈଠକରେ ବହୁ ସ୍ୱେଛାସେବୀ ଗୃପ୍କୁ ସହାୟତା ରାଶି ଓ ଋଣ ପ୍ରଦାନ କରିଥିଲ । ୧୩ଟି ଭିନ୍ନକ୍ଷମ ସ୍ୱେଛାସେବୀ ଗୃପ୍ ଏବଂ ଅନ୍ୟାନ୍ୟ ୨୨ଟି ଗୃପ୍କୁ ଏହି ରାଶି ଓ ଋଣ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ବେହେରା, ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, କମିଶନର ଚକ୍ରବର୍ତ୍ତି ସିଂ ରାଠୋର, ପିଡିଡିଆର୍ଡିଏ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉପଜିଲ୍ଲାପାଳ ସିନେ୍ଦ ଦତାତ୍ରୟ ଭାଉସାହେବଙ୍କ ସମେତ ବହୁ ଅଧିକାରୀ, ପୂର୍ବତନ କର୍ପୋରେଟର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏଠାରେ ମନ୍ତ୍ରୀ ଜେନା ସାମାଜିକ ସୁରକ୍ଷା ଭତ୍ତା ଏବଂ ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକର ଘୁର୍ଣ୍ଣନ ପାଣ୍ଠି ବିତରଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଗଂଜାମ ଜିଲ୍ଲାର ବିକାଶ ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଜିଲ୍ଲାରେ ବହୁ ବିକାଶ ହୋଇଛି । ଏହି ଜିଲ୍ଲାର ବିକାଶ ପାଇଁ ରହିଥିବା ମୂଳମନ୍ତ୍ର ସମ୍ପର୍କରେ ଅନ୍ୟ ଜିଲ୍ଲାର ଅଧିକାରୀମାନେ ଏ ଦିଗରେ ଦୃଷ୍ଟିଦେବା ଆବଶ୍ୟକ । ଏହି ଜିଲ୍ଳାର ବିକାଶ ପାଇଁ ଆହୁରି ସହଯୋଗ ଯୋଗାଇଦିଆଯିବ ବୋଲି ମନ୍ତ୍ରୀ ଜେନା ଏଠାରେ ପ୍ରକାଶ କରିଥିଲେ । ଡିସେମ୍ବର ମାସ ସୁଧା ବିଶୁଦ୍ଧ ପିଇବା ପାଣି ବ୍ୟବସ୍ଥା ଯୋଗାଇଦିଆଯିବ । ସେହିପରି ୫ବର୍ଷ ମଧ୍ୟରେ ପ୍ରତି ପଂଚାୟତ ଓ ଗ୍ରାମରେ ମଧ୍ୟ ଏହି ପାନୀୟ ଜଳର ବ୍ୟବସ୍ଥା କରାଯିବ ଏବଂ ଏଥିପାଇଁ ମଧ୍ୟ ବିଭିନ୍ନ ଯୋଜନା ହାତକୁ ନିଆଯାଇଥିବା ସେ କହିଥିଲେ । ଦୁର୍ନିତୀକୁ ରୋକାଯାଇ କିପରି ଜନସାଧାରଣ ସମସ୍ତ ପ୍ରକାର ସୁବିଧା ପାଇପାରିବେ ସେଥିନେଇ ମଧ୍ୟ ଦୃଷ୍ଟିଦିଆଯିବ ବୋଲି ମନ୍ତ୍ରୀ ଜେନା ପ୍ରକାଶ କରିଥିଲେ ।