ବ୍ରହ୍ମପୁର ବଡ଼ ଡାକ୍ତରଖାନାର ରେଡ଼ିଓ ଥେରାପୀ ବିଭାଗରେ ତଳେ ରହି ଚିକିତ୍ସିତ ହେଉଛନ୍ତି ରୋଗି, ସମ୍ପର୍କୀୟଙ୍କ ଅସଂତୋଷ ।

YouTube video

ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପ୍ରତିଦିନ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟାନ୍ୟ ଅଂଚଳରୁ ରୋଗୀମାନେ ଚିକିତ୍ସା ନିମନ୍ତେ ଆସିଥାନ୍ତି । ଏହି ଡାକ୍ତରଖାନାର ଉନ୍ନତି ପାଇଁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି । ଏଠାରେ ବହୁ ଅର୍ଥ ବ୍ୟୟରେ ରୋଗୀଙ୍କ ଚିକିତ୍ସା ପାଇଁ କୋଠା ନିର୍ମାଣ କରାଯାଇଥିଲେ ମଧ୍ୟ ସଠିକ୍ଭାବେ ରୋଗୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦିଆଯାଇପାରୁନଥିବା ଅଭିଯୋଗ ହୋଇଛି । ଏହି ଡାକ୍ତରଖାନାକୁ ବହୁ ରୋଗୀ ରେଡ଼ିଓ ଥେରାପୀ ଚିକିତ୍ସା ପାଇଁ ଆସିଥାନ୍ତି । ତେବେ ଏଠାରେ ରୋଗୀମାନଙ୍କ ପାଇଁ ଆବଶ୍ୟକ ଅନୁଯାୟୀ ଶଯ୍ୟା ନାହିଁ । ଏହା ଯୋଗୁଁ ବହୁ ରୋଗୀ ତଳେ ରହି ଚିକିତ୍ସିତ ହେଉଥିବା ପରିଲକ୍ଷିତ ହୋଇଛି । ଏହାକୁ ନେଇ ବହୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅସଂତୋଷ ପ୍ରକାଶ କରିଛନ୍ତି । ତେଣୁ ତୁରନ୍ତ ଏହି ବିଭାଗ ପ୍ରତି କର୍ତ୍ତୁପକ୍ଷ ଦୃଷ୍ଟି ଦେବା ସହ ରୋଗୀମାନଙ୍କୁ ଏପରି ତଳେ ଶୁଆଇ ଚିକିତ୍ସା କରିବା ବଦଳରେ ଶଯ୍ୟା ଦିଆଯାଉ ବୋଲି ନିବେଦନ କରାଯାଇଛି ।