କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବଡ଼ ଡାକ୍ତରଖାନା ଏବଂ ସିଟି ହସ୍ପିଟାଲ୍ରେ ଖୋଲିଛି ପୃଥକ୍ ପୃଥକ୍ଭାବେ ୨ଟି ୱାର୍ଡ ।

YouTube video

କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବଡ଼ ଡାକ୍ତରଖାନା ଏବଂ ସିଟି ହସ୍ପିଟାଲ୍ରେ ପୃଥକ୍ ପୃଥକ୍ଭାବେ ୨ଟି ୱାର୍ଡ ଖୋଲାଯାଇଛି । ଯେ କୌଣସି ବ୍ୟକ୍ତି ଥଣ୍ଡା,କାଶ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ତୁରନ୍ତ ଏହି ବିଭାଗ ସହ ଯୋଗାଯୋଗ କରି ଚିକିତ୍ସିତ ହେବାପାଇଁ ପରାମର୍ଶ ଦିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଡାକ୍ତର ଓ ସେବିକାଙ୍କ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ରଭାବେ ବ୍ରହ୍ମପୁରକୁ ପ୍ରତିଦିନ ଦେଶ ବିଦେଶରୁ ଜନସାଧାରଣ ଆସୁଥିବା ଯୋଗୁଁ ସେମାନଙ୍କ କରୋନା ଜନିତ ଆଶୁ ଚିକିତ୍ସା ପାଇଁ ଏପରି ସ୍ୱତନ୍ତ୍ର ୱାର୍ଡ ଦ୍ୱାରା ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି ।