କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଶୁକ୍ରବାର ଅପରାହ୍ନରେ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଯାତ୍ରୀମାନଙ୍କ ସଚେତନତା ପାଇଁ ଏକ କେନ୍ଦ୍ରର ଶୁଭାରମ୍ଭ ।

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଶୁକ୍ରବାର ଅପରାହ୍ନରେ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଯାତ୍ରୀମାନଙ୍କ ସଚେତନତା ପାଇଁ ଏକ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଏହି କେନ୍ଦ୍ର ମାଧ୍ୟମରେ ଯାତ୍ରୀ ଓ ଜନସାଧାରଣଙ୍କୁ କରୋନାର ଭୟାବହତା ନେଇ ସଚେତନ କରାଯିବା ସହ ପ୍ରଚାର ପତ୍ର ପ୍ରଦାନ କରାଯିବ । ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା, ଥଣ୍ଡା, କାଶ ଓ ଛିଂକ ହେଉଥିବା ବ୍ୟକ୍ତିମାନଙ୍କଠାରୁ ଦୁରେଇ ରହିବା ସହ ପରିସ୍କାର ରଖିବା ପାଇଁ ଏହି କେନ୍ଦ୍ର ମାଧ୍ୟମରେ ସଚେତନ କରାଯିବ । ଯେ କୌଣସି ସଂଦିଗ୍ଧ ରୋଗୀ ଦେଖାଗଲେ ତୁରନ୍ତ ଡାକ୍ତରଖାନାରେ ଯୋଗାଯାଗ କରିବାପାଇଁ କେନ୍ଦ୍ର ମାଧ୍ୟମରେ ପରାମର୍ଶ ଦିଆଯିବ ।